
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ତିକ୍ଷୀରି ଗ୍ରାମ ପଞ୍ଚାୟତର ସ୍ୱାଧୀନ ସରପଞ୍ଚ ଚାମେଲୀ ଓଝାଙ୍କୁ ମହାକାଳପଡା ପୋଲିସ ଉଠେଇ ନେଇ ଅତି ଅମାନୁଷିକ ଭାବରେ ମାଡ଼ ମାରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିଶନଙ୍କ ଟିମ ତଦନ୍ତ କରିବା ସାଙ୍ଗେ ସାଙ୍ଗେ ଦୋଷୀ ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକୀୟ କ୍ଷେତ୍ତି ପୂରଣ ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର 13396/2026 ରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାର ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ ଏସପି କେନ୍ଦ୍ରାପଡ଼ା, ଡ଼ିଆଇଜି ସେଣ୍ଟାଲ କଟକ, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶା, ମୁଖ୍ୟମନ୍ତ୍ରୀ ଓଡିଶା ଏବଂ ରାଜ୍ୟପାଳ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |

